୧୬ ନମ୍ବର ଜାତୀୟ ରାଜପଥରେ ଭୁଶୁଡିଲା ବ୍ରିଜ, ବାଲେଶ୍ଵର – ଭୁବନେଶ୍ବର ଯାତାୟତ ବନ୍ଦ

ଯାଜପୁର – ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ବ୍ରିଜ ଭୁଶୁଡି ପଡିଛି । ରସୁଲପୁର ବ୍ଲକ୍‌ ନିକଟରେ ବ୍ରିଜଟି ଆଜି ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନାହିଁ। ବ୍ରିଜ ଭୁଶୁଡିବା ବେଳେ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବାଲେଶ୍ୱରରୁ ଭୁବନେଶ୍ୱର ସଂଯୋଗ କରୁଥିବା ରାଜପଥ ବନ୍ଦ ହୋଇଯାଇଛି ।

Comments are closed.