ଜାତୀୟ ରାଜପଥ ୧୬ ବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ କରିବ ଏକ୍ସପର୍ଟ କମିଟି

ଯାଜପୁର – ଯାଜପୁର ଜିଲ୍ଲା ଜାତୀୟ ରାଜପଥ ନମ୍ବର ୧୬ର ରସୁଲପୁର ବ୍ଲକ ନିକଟରେ ବ୍ରିଜ ଭୁଶୁଡିବା ଘଟଣାରେ ପ୍ରତିକ୍ରିୟା ଦେଇଛି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ -ଏନଏଚଏଆଇ । ନିର୍ମାଣଗତ ତ୍ରୁଟି ଯୋଗୁଁ ବ୍ରିଜ ଭୁଶୁଡିଲା ବୋଲି ଘଟଣାସ୍ଥଳ ଅନୁଧ୍ୟାନ କରି କହିଛନ୍ତି ଏନଏଚଏ ଆଇର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି ବୋଲି ସେ କହିଛନ୍ତି। ବର୍ମା କହିଛନ୍ତି ଯେ, ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ବ୍ରିଜ ୨୦୦୮ ପାଖାପାଖି ନିର୍ମାଣ ହୋଇଥିଲା । ଏହା ୫୦ ବର୍ଷ ରହିବା କଥା ବୋଲି ସେ କହିଛନ୍ତି।

ଏଣେ ଏନ୍ଏଚଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ହେଭି ଓଭର ଲୋଡିଂ ଗାଡ଼ି ପାଇଁ ବ୍ରିଜ ଭୁଶୁଡ଼ିଥିବା କୁହାଯାଉଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ବ୍ରିଜ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ’। ସେ କହିଛନ୍ତି ଯେ,ବ୍ରିଜ ଭାଙ୍ଗିଥିବାରୁ ଯାତାୟାତ ବନ୍ଦ ରହିବ । ଏହାର ପୁନଃ ନିର୍ମାଣ କରାଯିବ । ବ୍ରିଜ୍‌ଟି ଆଉ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବୀରେନ୍ଦ୍ର କହିଛନ୍ତି ।

Comments are closed.