ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ବିମାନର ଜରୁରୀ ଅବତରଣ

ଭୋପାଳ – ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିମାନ ।

ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକରେ ଅଂଶଗ୍ରହଣ କରିବା ପରେ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ନେଇ ବିମାନଟି ଦିଲ୍ଲୀ ଫେରୁଥିବା ବେଳେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ବୈଷୟିକ ତ୍ରୁଟି କାରଣରୁ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ସୋନିଆ ଓ ଏବଂ ରାହୁଲ ଗାନ୍ଧି ଏକ ଚାର୍ଟାର୍ଡ ​​ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିଲେ।

Comments are closed.