ଯୁକ୍ତ ଦୁଇରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର – ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବାଣିଜ୍ୟରେ ୩ ହଜାର ୧୮୨, ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।

ଆସନ୍ତାକାଲିଠାରୁ ୨୨ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବଳକା ସିଟ୍ ପାଇଁ ସ୍ପଟ୍ ସିଲେକସନ କରାଯିବ । ୨୭ରେ ତାଲିକା ବାହାରିବା ସହ ୨୯ରୁ ୩୧ ମଧ୍ୟରେ ହେବ ସ୍ପଟ୍ ନାମଲେଖା ।

Comments are closed.