ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ

ଭୁବନେଶ୍ବର – ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁଇ ପୋଲିସ ବାବୁଙ୍କୁ ଧରିଥିଲା ଭିଜିଲାନ୍ସ।

ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ମାଗିଥିଲେ। ତାଙ୍କୁ ଧମକା ଯାଉଥିବା ଅଭିଯୋଗ କରି ମଦ ବ୍ୟବସାୟୀ ଏଣକ ଭିଜିଲାନ୍ସ କାର୍ଯ୍ୟାଳୟରେ ଫେରାଦ ହୋଇଥିଲେ। ମଦ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଦୁଇ ପୋଲିସ ବାବୁଙ୍କୁ ଧରିବା ପାଇଁ ଭିଜିଲାନ୍ସ ଯୋଜନା ଳ ପ୍ରସ୍ତୁତ କରିଥିଲା। ଆଜି ଅପରାହ୍ନରେ ଅଭିଯୋଗକାରୀଙ୍କ ଠାରୁ ଉଭୟ ଗଣେଶ୍ବର ପ୍ରଧାନ ଓ ପ୍ରଦୀପ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଲାଞ୍ଚ ନେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଚଢ଼ଉ କରି ଦୁଇ ଥାନା ବାବୁଙ୍କୁ ବାନ୍ଧିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏହା ପରେ ଭିଜିଲାନ୍ସ ଟିମ୍‌ ପୋଲିସ କର୍ମଚାରୀଙ୍କ କାର୍ଯ୍ୟାଳୟ ଓ ସେମାନଙ୍କର ଘରେ ଚଢ଼ଉ କରିଛନ୍ତି।

Comments are closed.