ଅତିରିକ୍ତ ଆୟୁକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କୋର୍ଟ ଉଦଘାଟିତ

ବରଗଡ଼: ବହୁ ପ୍ରତୀକ୍ଷିତ ଅତିରିକ୍ତ ଆୟୁକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କୋର୍ଟ ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଉଦଘାଟନ କରିଥିଲେ । ବରଗଡ଼ ଜିଲ୍ଲାର ଜମିଜମା ସମସ୍ୟା ସମାଧାନ ପାଇଁ ସମ୍ବଲପୁର ସ୍ଥିତ ବନ୍ଦୋବସ୍ତ କୋର୍ଟ ଯିବାକୁ ପଡୁଥିଲା।ରାଜ୍ୟ ସରକାର ଲୋକଙ୍କ ପାଖରେ ସରକାର ନୀତିରେ ବରଗଡ଼ ଜିଲ୍ଲାର ସଦର ମହକୁମା ଠାରେ ଏହି କୋର୍ଟ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ। ଏଠାରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ମଧ୍ୟ ସମସ୍ତ କାର୍ଯ୍ୟ ପରିଚାଳିତ ହେବ ବୋଲି ଉତ୍ତରାଞ୍ଚଳ ରାଜସ୍ୱ କମିଶନର କହିଥିଲେ। ଇତି ମଧ୍ୟରେ ସମ୍ବଲପୁର ଠାରେ ଥିବା ସମସ୍ତ ରେକର୍ଡ ଏଠାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଉପ ଜିଲ୍ଲାପାଳ ଲଳିତ କୁମାର ଲୁହା, ବରଗଡ଼ ଓକିଲ ସଂଘର ସଭାପତି ଭୀଷ୍ମ ଦେବ ସରାଫ‌‌‌ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.