ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୩୨/୩୩ କେଭି ଭଟଲି ଗ୍ରୀଡ଼ ସବ୍-ଷ୍ଟେସନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ ଜିଲ୍ଲା ଭଟଲି ବ୍ଲକର ୧୩୨/୩୩ କେଭି ଗ୍ରୀଡ଼ ସବଷ୍ଟେସନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏହି ପାୱାର ଗ୍ରୀଡ଼ ଦ୍ୱାରା ତିନୋଟି ବ୍ଲକ ସୋହେଲା, ଭଟଲି ଓ ଅମ୍ବାଭୋନାର ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ। ଏହି ପ୍ରକଳ୍ପରେ ପ୍ରାୟ ୪୫ କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ବରଗଡ ଜିଲ୍ଲାର ଚାଷୀ, ଅଣୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଘରୋଇ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବ ।

ଏହି ଅବସରରେ ବରଗଡର ଭଟଲି ଗ୍ରୀନଡୋଲା ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଚନ୍ଦ୍ର ସାହୁ, ଭଟଲି ବ୍ଳକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଓପିଟିସିଏଲ୍ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ବନଛୋର ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ, ଏସଏଚଜି ସଭ୍ୟା, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.