ସାଧାରଣ ବଣ୍ଟନ ବିଭାଗ ଉପରେ ସମୀକ୍ଷା ବୈଠକ

ବରଗଡ଼ : ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଳକ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବଣ୍ଟନ ବିଭାଗ ଉପରେ ଏକ ସମୀକ୍ଷା ବୈଠକ ଉପ ଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ବୈଠକରେ ତୃଣମୂଳ ସ୍ତରର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କେମିତି ଠିକ ଭାବରେ ଏହି ବିଭାଗ ଦ୍ୱାରା ସରକାରଙ୍କ ଜନହିତକର ଯୋଜନାରେ ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ବିଧାୟିକା ଶ୍ରୀମତୀ ବରିହା ନିର୍ଦ୍ଦେଶ ଦେଇଥିଲେ । ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ସନ୍ତୋଷ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ଉପସ୍ଥିତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ସମୀକ୍ଷା ହୋଇଥିଲା ।

Comments are closed.