ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର – ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ସଂଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ। ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ଅଛି। କୃଷି, ଶିକ୍ଷା, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭାଗର ୧୨ଟିରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ରାଜ୍ୟରେ କୃଷି ଓ କୃଷକଙ୍କୁ ସଶକ୍ତ କରିବା ପାଇଁ ବୈଠକରେ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ସେହିଭଳି ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କିଛି ପ୍ରସ୍ତାବ ଆସିପାରେ ।

Comments are closed.