ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା , ଗତ ୨୪ ଘଣ୍ଟାରେ ନୟାଗଡ଼ ସହରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର – ରାଜ୍ୟରେ ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୨ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ନୟାଗଡ଼ ସହରରେ ସର୍ବାଧିକ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଖୋର୍ଦ୍ଧା ବୋଲଗଡ଼ରେ ୧୨୮ ମିଲିମିଟର, କଟକ ଜିଲ୍ଲା ବାଙ୍କୀରେ ୯୩ ମିଲିମିଟର ବର୍ଷା ହୋଇଛି। ବରଗଡ଼ ଜିଲ୍ଲାର ପଦମପୁରରେ ୭୬ ଓ ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୭୬ ମିଲିମିଟର ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କେଉଁଠି କେତେ ପରିମାଣର ବର୍ଷା ହୋଇଛି, ତାହାର ତାଲିକା ନିମ୍ନରେ ଦିଆଗଲା।

Comments are closed.