ଆଜି ଛଡ଼ାଯିବ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ , ୫ଟି ଗେଟ୍ ଦେଇ ହେବ ନିଷ୍କାସନ

ସମ୍ବଲପୁର – ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଜି ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ ।

ହୀରାକୁଦ ଡ୍ୟାମରୁ ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ । ଆଜି ସକାଳ ୯ଟାରେ ପୂଜାପାଠ ପରେ ବନ୍ୟାଜଳ ଛଡାଯିବ।

ବାମ ପାର୍ଶ୍ବର ଷ୍ଟିଲ ୱେର ୩ଟି ସ୍ଲୁଇସ ଗେଟ୍ ଓ ଡାହାଣ ପାର୍ଶ୍ବର ଷ୍ଟିଲ ୱେର ୨ଟି ସ୍ଲୁଇସ ଗେଟ୍ ଖୋଲିବ । ସମୁଦାୟ ୭୫ ହଜାର ଘନଫୁଟ ଜଳ ନିଷ୍କାସନ ହେବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ ।

Comments are closed.