କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କେନ୍ଦୁଝର – କୋଚିଂ ସେଣ୍ଟରରେ ଅଘଟଣ। ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଛି ଏହି ଘଟଣା । ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ରାତିରେ ଶୋଇଥିବା ବେଳେ ବିଷଧର ସାପ କାମୁଡି ଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ରର ଆଜି ମୃତ୍ୟୁ ଘଟିଛି ।

Comments are closed.