ଜୁନ ପହିଲାରୁ ୨୩ ଜୁଲାଇ ଯାଏଁ ରାଜ୍ୟରେ ୪୦୧ .୩ ମିମି ବର୍ଷା

ଭୁବନେଶ୍ୱର – ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଆଜି ୨୩ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୧.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ପରିମାଣ ସ୍ଵାଭାବିକ ବର୍ଷା ୪୫୮.୮ ମିମି ତୁଳନାରେ ୧୩ ପ୍ରତିଶତ କମ୍ ରହିଛି ଯାହାକି ସ୍ୱାଭାବିକ ପରିସରଭୁକ୍ତ |

ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୮୪.୪ ମିଲିମିଟର ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୧.୮ ମିଲିମିଟର ସହ ୩୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି | ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୯ ମିମି ତୁଳନାରେ ୪୪ ପ୍ରତିଶତ ଅଧିକ ରହିଛି |

Comments are closed.