ଦିଗପହଣ୍ଡି: ବିଷାକ୍ତ ଛତୁ ଖାଇ ୮ ଗୁରୁତର 

ବ୍ରହ୍ମପୁର: ବିଷାକ୍ତ ଛତୁ ଖାଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଗୋକର୍ଣ୍ଣପୁର ଗ୍ରାମର ବି.ସହଦେବ ଦୋରାଙ୍କ ପରିବାର ଶନିବାର ରାତିରେ ଶ୍ରାବଣ ଛତୁ ତରକାରୀ ଖାଇଥିଲେ। ସହଦେବ ତାଙ୍କ ଚାଷ ଜମିରେ ଫୁଟିଥିବା ଏହି ଛତୁ ଘରକୁ ଆଣି ରୋଷେଇ କରିଥିଲେ। ଏହାପରେ ଘରର ୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଡ଼ିଥିଲେ। ସହଦେବଙ୍କ ସମେତ ବି.ମାନସ, ବି.ମହେନ୍ଦ୍ର, ବି.ଅମିକା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Comments are closed.