ଗୀତା ଉପଦେଶ: ହେ ଅର୍ଜ୍ଜୁନ ! ତିନି ଗୁଣର ସୃଷ୍ଟିକର୍ତ୍ତା ମୁଁ 

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ ବିଷୟରେ କହୁଛନ୍ତି ହେ ଅର୍ଜ୍ଜୁନ :-

ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ। ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ।

ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । “ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି। ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି। ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି।”

Comments are closed.