ହୀରାକୁଦର ପୁଣି ୩ ଗେଟ ଖୋଲିଲା, ୮ ଗେଟ ଦେଇ ୧.୬୨ ଲକ୍ଷ କ୍ୟୁସେକ ନିଷ୍କାସିତ 

ସମ୍ବଲପୁର: ହୀରାକୁଦ ବନ୍ଧର ପୁଣି ୩ ଗେଟ ଖୋଲିଲା। ମୋଟ ୮ ଗେଟ ଦେଇ ୧ ଲକ୍ଷ ୬୨ ହଜାର ୭୩୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତକାଲି ପ୍ରଥମ ବନ୍ୟାଜଳ ନିଷ୍କାସନ ବେଳେ ୫ଟି ଗେଟ ଖୋଲାଯାଇଥିଲା। ହେଲେ ଆଜି ପୁଣି ୧ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଆସିବାରୁ ଆହୁରି ୩ ଗେଟ ଖୋଲାଯାଇଛି। ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଜଳସ୍ତର ୬୧୪. ୪୩ ଫୁଟରେ ପହଞ୍ଚିଛି।

Comments are closed.