ଓଏସଏସସି ପରୀକ୍ଷା ମାମଲାରେ ବିଜେପିର ହୀନ ରାଜନୀତି: ବିଜେଡି

ଭୁବନେଶ୍ୱର – ଓଏସଏସସି ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ ପରୀକ୍ଷା ପାଇଁ ଡିଲ୍ ମାମଲାରେ ବିଜେପି ହୀନ ରାଜନୀତି କରୁଛି ବୋଲି କହି କଡ଼ା ସମାଲୋଚନା କରିଛି ବିଜେଡି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ପୋଲିସ ଏକ ବଡ଼ ସ୍କାମ୍ ର ପଦ୍ଦର୍ଫାଶ କରିଛି । ହେଲେ ଏହା ବିଜେପି ନେତାଙ୍କ ଦେହରେ ଯାଉନି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଏମିତିକି ନିଯୁକ୍ତି ପ୍ରସଙ୍ଗରେ ବିଜେପି ନେତା ମତ ରଖିବା ସୈତାନର ବେଦପାଠ । ଆଉ ଏହି ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇ କଂଗ୍ରେସ ଖୋଲାଖୋଲି ଭାବେ ପଦ୍ମ ଦଳ ହାତବାରିସି ସାଜିଥିବା ଜଳଜଳ ହୋଇ ଦେଖାଯାଉଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

ଚାକିରି ପାଇଁ ଡିଲ୍ ନେଇ ଖବର ଦେଲା ଓଏସଏସସି । ତୁରନ୍ତ ଦଲାଲଙ୍କୁ ଗିରଫ କରିଥିଲା ଓଡ଼ିଶା ପୋଲିସ । ହେଲେ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ବଦଳରେ ସମାଲୋଚନା କରି ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡି କହିଛି ।

Comments are closed.