କୋରାପୁଟ: ଏକେ- ୪୭ରୁ ନିଜ ବେକରେ ଗୁଳି ଫୁଟାଇଲେ ଇନ୍ସପେକ୍ଟର

କୋରାପୁଟ: କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଇନ୍ସପେକ୍ଟର। ପୋଲିସ ମୁଖ୍ୟାଳୟର ନକ୍ସଲ ସେଲ୍ ଭିତରେ ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ବାଳ ନିଜ ଉପରକୁ ଏକେ- ୪୭ ବନ୍ଧୁକରୁ ଗୁଳି ଚଳାଇଥିବା ଜଣାପଡିଛି। ସେଲରେ ଥିବା ବେଳେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।

Comments are closed.