ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ୍ ଅଭିଯୋଗ

ପୁରୀ – ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ ହୋଇଛି । ଗୁମୁଟର ଦାନବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଗାରଦରେ ଲୁଟ୍ ଅଭିଯୋଗ କରାଯାଇଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ ପଡିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ନିକଟରେ ଏହା ପଡିଛି । ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Comments are closed.