ପ୍ରଶ୍ନପତ୍ର ଲିକ୍ ମାମଲା : କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସପି ଲେଖିଲେ ଚିଠି

ଭୁବନେଶ୍ବର – ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି। ମାଷ୍ଟରମାଇଣ୍ଡ ବିଶାଲ କୁମାର ସହ ଓଡ଼ିଶାର ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ବିହାର ଏଜିଙ୍କୁ ଚିଠି ଲେଖିଛନ୍ତି। ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ପାଇଁ କନ୍ଧମାଳ ଓ ସୁଶାନ୍ତ ସାହୁଙ୍କ ପାଇଁ ଯାଜପୁର ଡିଇଓଙ୍କୁ ଚିଠି ଲେଖାଯାଇଛି। ଶିକ୍ଷକ ଥିବା ଗୋବିନ୍ଦ ଓ ସୁଶାନ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଛନ୍ତି ଏସପି ସାଗରିକା ନାଥ । ପ୍ରଶ୍ନପତ୍ର ଡିଲରେ ସମ୍ପୃକ୍ତ ୮୮ ପ୍ରର୍ଥୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଓଏସଏସସକୁ ଚିଠି ଲେଖିଥିବା ବେଳେ ଭବିଷ୍ୟତରେ ଓଏସଏସସି ସମସ୍ତ ପରୀକ୍ଷାରୁ ନିବୃତ୍ତ ରଖିବାକୁ ଚିଠି ଲେଖିଛନ୍ତି ।

Comments are closed.