ଶାବଳ ମାଡରେ ଭାଇର ଜୀବନ ନେଲା ଭାଇ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଚାଞ୍ଚଲ୍ୟ। ପାରିବାରିକ କଳହ ଯୋଗୁଁ ଭାଇର ପ୍ରାଣ ନେଇଛି ଭାଇ । ଜମି ଜମା ବିବାଦକୁ କେନ୍ଦ୍ର କରି ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ବଡ଼ ବାପା ପୁଅ ଭାଇର ଶାବଳ ମାଡ଼ରେ ଦାଦା କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ମୁଣ୍ଡା ପଛପଟେ ଶାବଳ ମାଡ଼ ବସିବାରୁ ଘଟଣାସ୍ଥଳରେ କୁଲୁ ପ୍ରଧାନ ଟଳି ପଡିଥିଲେ । ତାଙ୍କୁ ନିକଟସ୍ଥ ଆଡ଼ପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଟପୁର ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.