ଅକ୍ଟୋବରରେ ଆରମ୍ଭ ହେବ ରାଜ୍ୟର ବାଘ ଗଣନା

ଭୁବନେଶ୍ୱର – ଆଜି ଆନ୍ତର୍ଜାତିକ ବାଘ ଦିବସ ଅବସରରେ ଓଡ଼ିଶା ବନ ବିଭାଗର ଗୁରୁତ୍ବପୂର୍ଣ୍ଣ ଘୋଷଣା। ରାଜ୍ୟରେ ଏ ବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହେବ ବାଘ ଗଣନା । ବାଘ ଗଣନା ଦୁଇଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାଞ୍ଜାକ୍ଟ ଆନାଲିସିସ୍‌ ଓ କ୍ୟାମେରା ଟ୍ରାପ ଜରିଆରେ ବାଘ ଗଣନା କରାଯିବ । ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ ବାଘ ଗଣନା ଅନୁସାରେ ଓଡ଼ିଶାରେ ୨୮ଟି ବାଘ ଥିଲେ । ରାଜ୍ୟରେ ଶିମିଳିପାଳ ଓ ସାତକୋଶିଆରେ ଦୁଇଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି। ଏହାଛଡା ଆଉ କିଛି ଜଙ୍ଗଲରେ ମଧ୍ୟ ବାଘ ଦେଖାଯାଆନ୍ତି ।

Comments are closed.