ପ୍ରଶ୍ନପତ୍ର ଲିକ୍ ମାମଲାରେ ଆକ୍ସନ ମୋଡରେ ଓଏସଏସସି, ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ

ଭୁବନେଶ୍ୱର – ବହୁଚର୍ଚ୍ଚିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆକ୍ସନ ମୋଡକୁ ଆସିଛି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ -ଓଏସଏସସି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଓଏସଏସସି ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ସେମାନଙ୍କୁ କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମାଗିଛି ଓଏସଏସସି।

ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ ୧୭ ଜଣଙ୍କୁ ଏ ଯାଏଁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି । ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଏହାପରେ ଓଏସଏସସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ୍ କରିଛି ।

Comments are closed.