ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଚଳିତ ବର୍ଷ ୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଡିଏସପି ଡିଆବି ଜେମେସ ସମଦ, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି,ଶିକ୍ଷାନୁଷ୍ଠାନ କତୃପକ୍ଷ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ୱାଗତ ଜଣେଇବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଗତ ବର୍ଷର ବିବରଣୀ ପାଠ ସହ ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହିତ ଆସନ୍ତା ଅଗଷ୍ଠ ୧୧,୧୨ ଏବଂ ୧୩ ତାରିଖ ଦିନ ପ୍ୟାରେଡ଼ ପୂର୍ବାଭ୍ୟାସ କରାଯିବ। ସେହିପରି ଉତ୍ସର୍ଗ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବ। ସ୍ୱାଧୀନତା ଦିବସ ଦିନ ସକାଳ ୯ଟା ୧୫ ମିନିଟ ସମୟରେ ନେଲସନ ମଣ୍ଡେଲା ଛକ ସ୍ଥିତ ରାଜ ରାସ୍ତାରେ ଦିବସର ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବା ସହ ପୂର୍ବାହ୍ନ ରେ ଜେଲ ଅନ୍ତେବାସୀ, ଡାକ୍ତରଖାନା ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବେ। ଚଳିତବର୍ଷ ସ୍ୱାଧୀନତା ଦିବସକୁ ଧୂମଧାମ ରେ ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

Comments are closed.