ସିଏସଆଇଆର ଉପଦେଷ୍ଟା ବୋର୍ଡକୁ ମନୋନୀତ ହେଲେ ଓଡ଼ିଶାର ଡାକ୍ତର ସିଦ୍ଧାର୍ଥ ଦାସ

ଭୁବନେଶ୍ୱର – ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ଦେଶର ଅଗ୍ରଣୀ ଗବେଷଣା ଓ ବିକାଶ ସଂସ୍ଥା – ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ ( ସିଏସ ଆଇଆର )ର ଉପଦେଷ୍ଟା ବୋର୍ଡର ପୁନର୍ଗଠନ କରାଯାଇଛି । ନୂଆ ଉପଦେଷ୍ଟା ବୋର୍ଡର ସଦସ୍ୟ ଭାବେ ଓଡ଼ିଶାର ଡାକ୍ତର ସିଦ୍ଧାର୍ଥ ଦାସ ସ୍ଥାନ ପାଇଛନ୍ତି। କଟକ ଏସସିବି ମେଡିକାଲ କଲେଜରେ ପ୍ରଫେସର ଅଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ । ସିଏସ ଆଇଆର ଉପଦେଷ୍ଟା ବୋର୍ଡର ସଦସ୍ୟ ଭାବେ ସେ ୩ ବର୍ଷ ଦାୟିତ୍ବରେ ରହିବେ । ସିଏସ ଆଇଆର ବୋର୍ଡକୁ ମନୋନୀତ ହୋଇଥିବା ୫ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଡାକ୍ତର ସିଦ୍ଧାର୍ଥ ଦାସ ଅନ୍ୟତମ।

Comments are closed.