ଇସ୍ପାତ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି

ବଲାଙ୍ଗୀର – ଇସ୍ପାତ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି । ଏଥିପାଇଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟାରୁ ଅଧିକ ସମୟ ହେଲା ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ। ରେଳବାଇର ବୈଷୟିକ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆଜି ସକାଳେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍ ସକାଳ ୫ଟା ୪୫ ମିନିଟରେ ସଇଁତଳା ଷ୍ଟେସନରେ ପହଞ୍ଚିଥିଲା। ଏତିକିବେଳେ ଇସ୍ପାତ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନ ଅଟକିଥିଲା । ଏହି କାରଣରୁ ଇସ୍ପାତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହରକତ ହୋଇଛନ୍ତି ।

Comments are closed.