ନିର୍ମାଣାଧୀନ ବ୍ରିଜ ଭୁଶୁଡି ୪ ଶିଶୁଙ୍କ ସମେତ ୫ ମୃତ

ରାୟଗଡ଼ା – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଅଘଟଣ। ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିପଡିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏହି ଅଘଟଣରେ କିଛି ଲୋକ ଆହତ ହୋଇଛନ୍ତି ।
କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଥିଲା ଲଗାଣ ବର୍ଷା ଯୋଗୁଁ କଲଭର୍ଟ କାମ ବନ୍ଦ ରହିଥିଲା।

ନାଳ ଉପରେ ଆଖପାଖ ଲୋକେ ଗାଧୋଇଥାଆନ୍ତି । ଆଜି ବି ଲୋକେ ନାଳରେ ଗାଧୋଉଥିବା ବେଳେ ବ୍ରିଜଟି ଭୁଶୁଡି ପଡିଥିଲା । ଘଟଣାସ୍ଥଳରେ ୪ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.