ସ୍ଵଭାଵ କବିଙ୍କ ଜନ୍ମପୀଠ ନବୀକରଣ ପାଇଁ ଭୁବନେଶ୍ୱରରୁ ଆସିଲେ ବୈଷୟିକ ଟିମ୍

ବରଗଡ଼: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇ ଭୁବନେଶ୍ଵରର ଏକ ବୈଷୟିକ ଟିମ୍ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ସ୍ଵଭାଵକବି ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠର ନବୀକରଣ ଓ ସୁରକ୍ଷା ପାଇଁ ବୁଲି ଦେଖିଥିଲେ। ପ୍ରସ୍ତାବିତ ସୁରକ୍ଷିତ ଛାତ, ଛାତ ଉପରେ ଉଚ୍ଚକୋଟିର ଫେନ୍ସି ଚଦରରେ ନିର୍ମିତ ହେବାକୁ ଥିବା ସମ୍ମିଳନ କକ୍ଷ,ବାତାନୁକୁଳ ପାଠାଗାର,ଭିଆଇପି କକ୍ଷ,ନଳକୂପ ଖନନ, ଜନ୍ମ ପୀଠ ସମ୍ମୁଖସ୍ଥ ପ୍ଲଟରେ କବିପୁତ୍ର ଭଗବାନ ମେହେରଙ୍କ ନାମରେ ଅତ୍ୟାଧୁନିକ ଅଭ୍ୟର୍ଥନା କକ୍ଷ, ଟଏଲେଟ୍, ରାଜପଥକୁ ସଂଯୋଗ କରୁଥିବା ରାସ୍ତା, ରାସ୍ତା ସମ୍ମୁଖରେ ସୁଶୋଭିତ ତୋରଣ ଆଦିର ଡିପିଆର ଉପରେ ଇଂଜିନିୟର ମାନଙ୍କ ସହ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରିଥିଲେ।

ଆଜିର ପ୍ରତିନିଧି ଦଳ ସହ ମେହେର ସମାଜର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉତ୍ସବ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.