ପ୍ରଥମ ଟେଷ୍ଟ: ରାହୁଲଙ୍କ ଅର୍ଦ୍ଧଶତକ, ଭାରତ ୨୦୮/୮

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ୍ ହରାଇ ୨୦୮ ରନ୍ କରିଛି।ସେଞ୍ଚୁରିଅନରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସର ଷ୍ଟମ୍ପ ଅପସାରଣ ବେଳକୁ କେଏଲ୍ ରାହୁଲ ୭୦ ରନ୍ କରି ଅପରାଜିତ ରହିଥିବା ବେଳେ ମହମ୍ମଦ ସିରାଜ ଖାତା ନ ଖୋଲି କ୍ରିଜରେ ଅଛନ୍ତି ।

ଟସ୍ ହାରି ଏକ ଚ୍ୟାଲେଞ୍ଜିଂ ପିଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ସହ ବିରାଟ କୋହଲି, ଶ୍ରେୟସ ଆୟର ଓ ଶାର୍ଦ୍ଦୁଲ ଠାକୁରଙ୍କ ଉପଯୋଗୀ ପାଳି ଯୋଗୁଁ ଭାରତ ୨୦୦ ଟପିବାକୁ ସକ୍ଷମ ହୋଇଥିଲା । କୋହଲି ୩୮ ରନ୍, ଆୟର ୩୧ ଏବଂ ଶାର୍ଦ୍ଦୁଲ ଠାକୁର ୨୪ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ରୁତ ବୋଲର କାଗିସୋ ରାବାଡା ୫ଟି ୱିକେଟ୍ ନେଇଥିଲେ।

ଖରାପ ଆଲୋକ ଯୋଗୁଁ ପ୍ରଥମ ଦିବସରେ କେବଳ ୫୯ ଓଭର ଖେଳ ସମ୍ଭବ ହୋଇଥିଲା । ଏହି କାରଣରୁ ମ୍ୟାଚ୍ ଆରମ୍ଭ ହେବାରେ ମଧ୍ୟ ବିଳମ୍ବ ହୋଇଥିଲା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଜାନୁୟାରୀ ୩ରୁ ଜୋହାନ୍ସବର୍ଗରେ ଆରମ୍ଭ ହେବ।

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ନାହିଁ। ଦକ୍ଷିଣ ଆଫ୍ରିକା ଏକମାତ୍ର ଦେଶ ଯେଉଁଠି ଭାରତୀୟ ଦଳ ସଫଳତା ହାସଲ କରିପାରି ନାହିଁ। ଏଥର ଏହି ‘ଶେଷ ଦୁର୍ଗ’ ଦଖଲ କରିବା ଲକ୍ଷ୍ୟରେ ରହିଛି ଭାରତ।

Comments are closed.