ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଏସଆରସିଙ୍କ ପ୍ରସ୍ତୁତି, ୧୦ଟି ଜିଲ୍ଲାକୁ ଫୋକସ

ଭୁବନେଶ୍ୱର – ରାଜ୍ୟର ପ୍ରାୟ ଅଧା ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି । ସବୁଆଡେ ଜଳବନ୍ଦୀ ଅବସ୍ଥା । ଯୋଗାଯୋଗ ବିଚ୍ଛିନ୍ନ। ରାସ୍ତାଘାଟ ପାଣିରେ ବୁଡିଛି । ଏଣେ ଆଗକୁ ଆହୁରି ଅଧିକ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏଣେ ବର୍ଷା ପ୍ରଭାବିତ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବର୍ଷା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୧୦ଟି ଜିଲ୍ଲାକୁ ଫୋକସ କରାଯାଇଛି। ୨୩ଟି ଉଦ୍ଧାରକାରୀ ଦଳ ସଜାଗ ରହିଛନ୍ତି।
୮ଟି ଓଡ୍ରାଫ, ୨ଟି ଏନଡିଆରଏଫ ଟିମ୍ ସହ ୧୩ଟି ଅଗ୍ନିଶମ ଟିମ୍‌ ମୁତୟନ ହୋଇଛନ୍ତି। ଭଦ୍ରକ ଓ ଯାଜପୁରରେ ୫ଟି ଲେଖାଏଁ ଟିମ୍‌ ମୁତୟନ ହେବେ।

Comments are closed.