ପାଠ ପଢ଼ାରେ ଯଦି ପିଲା ମାନଙ୍କର ମନ ଲାଗୁନାହିଁ ତେବେ କରନ୍ତୁ ଏହିସବୁ ଉପାୟ

ପାଠ ପଢ଼ାରେ ଯଦି ପିଲା ମାନଙ୍କର ମନ ଲାଗୁନାହିଁ ତେବେ କରନ୍ତୁ ଏହିସବୁ ଉପାୟ :-

୧.ସବୁ ପିତାମାତା ସର୍ବଦା ନିଜର ସନ୍ତାନର ଭବିଷ୍ୟତ ପାଇଁ ସଜାଗ ଅଟନ୍ତି l ତେଣୁ ସେଥିପାଇଁ ବିଶେଷ ଭାବରେ ସଂସ୍କାର ଓ ଶିକ୍ଷାକୁ ଗୁରୁତ୍ୱ ଦିଆ ଯାଇଥାଏ l କିନ୍ତୁ ଅଧିକାଂଶ ସମୟ ରେ ସନ୍ତାନ ମାନଙ୍କ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପିଲାମାନେ ପାଠ ପଢ଼ାରେ ମନ ଦେଇ ଥାଆନ୍ତି l କିନ୍ତୁ ପିତାମାତା ନିଜର ସୁଖକୁ ଜଳାଞ୍ଜଳି ଦେଇ ପିଲା ମାନଙ୍କ ଇଛା ପୁରଣ କରି ଥାଆନ୍ତି l ପିଲା ମାନଙ୍କୁ କିପରି ଗୋଟିଏ ଆଦର୍ଶ ସନ୍ତାନ ଓ ଛାତ୍ର କରିବେ ସେଥିପାଇଁ କିଛିଟା ଜ୍ୟୋତିଷ ବିଦ୍ୟା ଅବଲମ୍ବନ କରିବା ଆବଶ୍ୟକ l

୨. ସର୍ବ ପ୍ରଥମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁଠାରେ ଆପଣଙ୍କ ସନ୍ତାନ ବସି ପାଠ ପଢୁଛି ସେହି ସ୍ଥାନଟିକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ l ଏହାର ଅର୍ଥ ସେଠାରେ କୌଣସି ଅଳିଆ ଆବର୍ଜନା ରହିବା ଉଚିତ ନୁହେଁ l ଏହା ବ୍ୟତୀତ ଧ୍ୟାନ ରଖନ୍ତୁ ଯେ ପିଲାର ପାଠ ପଢା ଟେବୁଲ କେବେବି ଉତ୍ତର – ପଶ୍ଚିମ କୋଣରେ ରହିବା ଉଚିତ ନୁହେଁ l ଟେବୁଲ ରେ ବସିଲେ ପିଲା ଯେପରି ଉତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବସୁଥିବ l

୩. ଯଦି ଆପଣଙ୍କ ସନ୍ତାନର ମନ ପାଠ ପଢ଼ାରେ ଲାଗୁ ନାହିଁ ତେବେ ଆପଣ ସେଥିପାଇଁ ନିୟମିତ ଭାବରେ ସବୁ ଗୁରୁବାରଦିନ ବିଷ୍ଣୁଙ୍କ ମନ୍ଦିର ଯାଇ ସେଠାରେ ବିଷ୍ଣୁ ସହସ୍ର ନାମ ଜପ କରିବା ସହିତ ଧାର୍ମିକ ପୁସ୍ତକ ଦାନ କରନ୍ତୁ l

୪. ପ୍ରତି ଗୁରୁବାର ଦୁଇ ଓଳି ବିଷ୍ଣୁ ଙ୍କ ନିକଟରେ ଘିଅ ଦୀପ ଅର୍ପଣ କରନ୍ତୁ l ଏହା ବ୍ୟତୀତ ଗୁରୁବାର ଦିନ କଦଳୀ ଗଛରେ ଜଳ ଅର୍ପଣ କରି ଗଣେଶଙ୍କ ସ୍ତୁତି ଜପ କରନ୍ତୁ l ତା ସହିତ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରନ୍ତୁ l

୫. ଯଦି ଆପଣଙ୍କ ସନ୍ତାନର ପାଠ ପଢ଼ାରେ ମନ ଲାଗୁନାହିଁ, ତେବେ ତାର ପଢା ଟେବୁଲ ଉପରେ ମାତା ସରସ୍ବତୀଙ୍କ ଫଟୋ ରଖନ୍ତୁ l ତା ସହିତ ନିଜ ସନ୍ତାନକୁ ଶିଖାନ୍ତୁ ଯେ ପଢିବା ପୂର୍ବରୁ ଏହି ମନ୍ତ୍ର ସରସ୍ଵତୀଙ୍କର ଜପ କରିବ – ” ଓଂ ନମୋ ଭଗବତୀ ସରସ୍ୱତୀ ବାଗବାଦିନୀ ବ୍ରାହ୍ମୀଣି ବ୍ରହ୍ମାସ୍ୱରୂପିଣୀ ବୁଦ୍ଧିବାଦିନୀ ମମ ବିଦ୍ୟାମ ଦେହି, ଦେହି ସ୍ୱାହା l ” ଏହି ମନ୍ତ୍ରଟିକୁ ୧, ୩ , ୫ , ୭ କିମ୍ବା ୧୧ ଥର ପାଠ କରିବାକୁ କୁହନ୍ତୁ l

୬. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ପିଲାର ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ତାଙ୍କ ପାକେଟ ରେ ଫିଟିକିରି ଖଣ୍ଡେ ରଖି ଦିଅନ୍ତୁ l ନିୟମିତ ପୂଜା ସମୟରେ ଚନ୍ଦନ ଟୀକା ଲଗାନ୍ତୁ l ପଡି ବସିବା ପୂର୍ବରୁ ଓଂ ଉଚ୍ଚାରଣ କରନ୍ତୁ l ଏହାଦ୍ୱାରା ଏକାଗ୍ରତା ବଢିଥାଏ l

Comments are closed.