ବର୍ଷା ବିତ୍ପାତ : ୧୫ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ, ଓଡିଆର ଏଫ୍ ଓ ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ

ଭୁବନେଶ୍ୱର – ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଜିଲ୍ଲାରେ ଜଳବନ୍ଦୀ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ସରକାରୀ କଳ ପ୍ରସ୍ତୁତ ରହିଛି । ବର୍ଷା ଓ ବନ୍ୟା ପ୍ରଭାବିତ ୧୫ଟି ଜିଲ୍ଲା ଉପରେ ନଜର ରଖାଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୫ଟି ଜିଲ୍ଲାରେ ରେସକ୍ୟୁ ଓ ସର୍ଚ୍ଚ ଅପରେସନ ପାଇଁ ଏନଡିଆରଏଫ, ଓଡିଆରଏଫ ଓ ୨୩ ଅତିରିକ୍ତ ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି।

ସେହି ୧୫ଟି ଜିଲ୍ଲା ହେଉଛି ଭଦ୍ରକ, ଯାଜପୁର, ସମ୍ବଲପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା,ବୌଦ୍ଧ, କନ୍ଧମାଳ, ବାଲେଶ୍ବର ।

Comments are closed.