ସନତ କୁମାର ମହାନ୍ତି ଓପିଏସସିର ଭାରପ୍ରାପ୍ତ ଅଧ୍ୟକ୍ଷ

ଭୁବନେଶ୍ୱର – ସତ୍ୟଜିତ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ – ଓପିଏସସି ଅଧ୍ୟକ୍ଷ ପଦବୀରୁ ଅବସର ନେଇଛନ୍ତି । ଓପିଏସସିର ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ସତ୍ୟଜିତ ମହାନ୍ତି ୨୦୨୧ ମାର୍ଚ୍ଚ ୧ ତାରିଖରେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓପିଏସସି ସଦସ୍ୟ ସନତ କୁମାର ମହାନ୍ତି ଅଗଷ୍ଟ ୩ ତାରିଖରୁ ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏବେ ଆୟୋଗରେ ସନତ ମହାନ୍ତିଙ୍କ ସମେତ ଡକ୍ଟର ସରିତା ସୁପକାର, ଶ୍ୟାମଭକ୍ତ ମିଶ୍ର, ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁ ସଦସ୍ୟ ଅଛନ୍ତି ।

Comments are closed.