ବର୍ଷା ପ୍ରକୋପ : ୧୫ ଜିଲ୍ଲାର ୯୦ଟି ବ୍ଲକର ୭୬୨ ଗାଁ ପ୍ରଭାବିତ

ଭୁବନେଶ୍ବର – ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକର ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମୋଟ ୧୫ଟି ଜିଲ୍ଲାର ୯୦ଟି ବ୍ଲକ ୭୬୨ଟି ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ୧ ଲକ୍ଷ ୨୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୬ ହଜାର ୮୩୪ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲୋକଙ୍କୁ ଶୁଖିଲା, ରନ୍ଧାଖାଦ୍ୟ ଓ ପାନୀୟ ଜଳ ଦିଆଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ନରାଜ ଠାରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

Comments are closed.