ଫୁଲୁଛି ମହାନଦୀ, ମଧ୍ୟମ ଧରଣର ବନ୍ୟା ପାଇଁ ୬ ଜିଲ୍ଲାରେ ସତର୍କତା

ଭୁବନେଶ୍ୱର – ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି ।
ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହଛି । ଏଣେ ମୁଣ୍ଡଳିଠାରେ ଜଳ ପ୍ରବାହ ହ୍ରାସ ପାଇଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଂଚଳରେ ପଶିପାରେ ।

Comments are closed.