ହୀରାକୁଦର ପୁଣି ୫ ଗେଟ ଖୋଲିଲା, ୧୨ ଗେଟ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦର ପୁଣି ୫ ଗେଟ ଖୋଲିଲା। ବର୍ତ୍ତମାନ ମୋଟ ୧୨ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦକୁ ଉପରମୁଣ୍ଡରୁ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ମଧ୍ଯାହ୍ନ ସୁଦ୍ଧା ୭ ଗେଟ ଖୋଲାଥିବା ବେଳେ ଆଉ ୫ଟି ଖୋଲାଯାଇଛି। ବର୍ତ୍ତମାନ ଏହି ୧୨ ଗେଟ ସମେତ ବିଭିନ୍ନ କେନାଲ ଓ ପାୱାର କେନାଲ ଦେଇ ପ୍ରାୟ ୨ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଉଛି। ମଧ୍ଯାହ୍ନ ସୁଦ୍ଧା ୬୧୬ .୩୭ ଫୁଟ ଜଳସ୍ତର ଥିବା ବେଳେ ଅପରାହ୍ନ ୩ ଟା ସୁଦ୍ଧା ୬୧୭.୨୫ ଫୁଟ ରେ ପହଞ୍ଚିଲାଣି।

Comments are closed.