ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମିଳିତ ଭାବେ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ। କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ। ସବୁ ପାରାମିଟରରେ ଓଡ଼ିଶା ଅନେକ ଆଗକୁ ଯାଇଛି। ଯୋଗାଯୋଗ ଓଡ଼ିଶା ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଗୁରୁପ୍ରିୟା ସେତୁ, ବିଜୁ ଏକ୍ସପ୍ରେସ ୱେ ର ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଯୋଗାଯୋଗ କ୍ଷେତ୍ରରେ ଅନେକ ଅବଦାନ ରହିଛି। ପୂର୍ତ୍ତ ବିଭାଗରେ ତାଙ୍କ ସରକାରଙ୍କ ବଜେଟ ୯୮ ପ୍ରତିଶତ ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି। ଏହି ବର୍ଷ ଆମେ ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛୁ। କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ସାରିଛୁ ଏବଂ ମାଲକାନଗିରିରେ ଗ୍ରିନ ଫିଲଡ ବିମାନବନ୍ଦର କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

Comments are closed.