ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଫାଣ୍ଡି ଅଧିକାରୀ

କୋରାପୁଟ – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ଥାନା ବାବୁ । କୋରାପୁଟ ଜିଲ୍ଲା ଅମ୍ବାଗୁଡ଼ା ଫାଣ୍ଡି ଏସଆଇ ପ୍ରଶାନ୍ତ କୁମାର ମହାନ୍ତି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ମାମଲାର ରଫାଦଫା ପାଇଁ ଏସ ଆଇ ପ୍ରଶାନ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥକୁ ଜବତ କରାଯିବା ସହ ଏସଆଇଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ।

Comments are closed.