ସାଳନ୍ଦୀ ନଦୀରେ ଭାସିଗଲେ ତିନି କାଉଡ଼ିଆ, ଜଣେ ଉଦ୍ଧାର

ବାଲେଶ୍ଵର – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ଅଘଟଣ। ନଦୀରେ ବୁଡ଼ ପକାଇବା ବେଳେ ତିନି କାଉଡିଆ ଭାସିଯାଇଥିଲେ । ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନାହିଁ।

ଶ୍ରାବଣ ସୋମବାର ଥିବାରୁ ଆଜି ୩ ଜଣ ସାଙ୍ଗ ମହାଦେବଙ୍କ ପାଖକୁ ପାଣି ଭାର ନେଇ ବାହାରିଥିଲେ। ପାଣି ଭାର ନେଇ ଯିବା ପୂର୍ବରୁ ସେମାନେ ସାଳନ୍ଦୀ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ। ବୁଡ ପକାଇବା ସମୟରେ ସେମାନଙ୍କ ପାଦ ଖସିଯିବାରୁ ନଦୀରେ ବୁଡ଼ିଯାଇଥିଲେ। ୩ ଜଣ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି।

Comments are closed.