ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ, ରକେଟ ଲଞ୍ଚର ସହ ବହୁ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି – ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଆମପଦର ଜଙ୍ଗଲରେ ଠାବ ହୋଇଥିବା ମାଓ କ୍ୟାମ୍ପରୁ ଦେଶୀ ରକେଟ ଲଞ୍ଚର ସହ ବିପୁଳ ବିସ୍ଫୋରକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦେଶୀ ରକେଟ ଲଞ୍ଚର ସହ ଗୋଟିଏ ୩୦୩ ରାଇଫଲ୍, ୧ ମାଗାଜିନ୍‌, ୧୧ ବ୍ୟାରେଲ, ୧୬ ହ୍ୟାଣ୍ଡ ଗ୍ରେନେଡ, ୩ଟି ଦେଶୀ ବନ୍ଧୁକ , ୫୧ଟି ଏମ୍‌ଏମ୍‌ ମୋର୍ଟାର ୪୨ଟି ଗୁଳି, ୨୯ ଜିଲେଟିନ୍‌ ଷ୍ଟିକ୍‌, ୫ପ୍ୟାକେଟ ଆଲୁମିନିୟମ ନାଇଟ୍ରେଟ ଓ ୩୦ଟି ଇଲେକ୍ଟ୍ରିକ୍‌ ଡିଟୋନେଟର ଠାବ ହୋଇଛି।

Comments are closed.