ନରାଜ ନିକଟରେ ମହାନଦୀରେ ବୁଡ଼ିଗଲେ ୨ ଛାତ୍ର

କଟକ – କଟକ ନରାଜ ନିକଟରେ ମହାନଦୀରେ ଗାଧୋଇବା ବେଳେ ୨ ଜଣ ଛାତ୍ର ବୁଡ଼ିଯାଇଛନ୍ତି। ସେମାନଙ୍କ ପତ୍ତା ମିଳିନାହିଁ। ଭରା ନଈକୁ ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ନଦୀ କୂଳରେ ୨ଟି ବ୍ୟାଗ ସହ ୨ ହଳ ଜୋତା ପଡ଼ିଥିବାବେଳେ ଗୋଟିଏ ସ୍କୁଟି ରଖାଯାଇଛି। ୮ଜଣ ପିଲା ଗାଧୋଇବାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଲାସୀ ଜାରି ରହିଛି। ଗାଧୋଇବାକୁ ଯାଇଥିବା ସମସ୍ତ ୮ଜଣ ଯୁକ୍ତ ଦୁଇ ଛାତ୍ର।

Comments are closed.