କଟକରେ ଆତଙ୍କ, ଗୁଳି କରି ଯୁବକଙ୍କୁ ହତ୍ୟା 

କଟକ – କଟକ ସହରରେ ଗୁଳିମାଡ । ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ସଦର ଥାନା ଅନ୍ତର୍ଗତ ସୁଭ୍ରଦାପୁରରେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଚିନ୍ତାମଣି ସାହୁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅଧୀନ ସୁଭଦ୍ରାପୁର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଚିନ୍ତାମଣି ସାହୁ କୌଣସି କାମରେ ବାହାରିଥିଲେ। ଏହି ସମୟରେ ଦୁଇ ବାଇକ୍‌ ଆରୋହୀ ଯୁବକ ପହଞ୍ଚି ଚିନ୍ତାମଣିଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଚିନ୍ତାମଣିଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ଛାନ୍‌ଭିନ୍‌ ଜାରି ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

Comments are closed.