ଗାଡ଼ି ଧକ୍କାରେ ଗଲା କଲରାପତରିଆର ପ୍ରାଣ

ଭଞ୍ଜନଗର – ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରେ ଗତ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଏକ କଲରାପତରିଆ ବାଘ ଗୁରୁତର ଆହତ ହୋଇ ଛଟପଟ ହେଉଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବନ ବିଭାଗ କର୍ମଚାରୀ ଓ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଗୁରୁତର ବାଘଟିକୁ ତୁରନ୍ତ ଉଦ୍ଧାର କରାଯାଇ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନା ନେବା ରାସ୍ତାରେ ବାଘଟିର ମୃତ୍ୟୁ ହୋଇଯାଇଥିଲା । କଲରାପତରିଆ ବାଘର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ କରୁଛି ବନ ବିଭାଗ।

Comments are closed.