ଶିମିଳିପାଳରେ ଜୋରଦାର ସର୍ଚ୍ଚ ଅପରେସନ : ୨୧ ଶିକାରୀ ଗିରଫ,୧୬୫ ଦେଶୀ ବନ୍ଧୁକ ଜବତ

ବାରିପଦା – ଶିମିଳିପାଳ ଅଭୟାରଣ୍ୟରେ ସକ୍ରିୟ ଥିବା ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜୋରଦାର ସର୍ଚ୍ଚ ଅପରେସନ କରାଯାଇ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ । ମୟୂରଭଞ୍ଜ ଏସପି ବି. ଗଙ୍ଗାଧର କହିଛନ୍ତି ଯେ, ଜିଲ୍ଲାର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରାଯାଇଛି । ଏଥିସହ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର କେଉଁଠୁ ଆଣିଲେ, ସେ ନେଇ ଖୋଳତାଡ଼ କରୁଛି ପୋଲିସ।

ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ୩୦ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ୨ଶହରୁ ଅଧିକ ବନ୍ଧୁକ ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

Comments are closed.