ବଜ୍ରକାପ୍ତା କାତି ଓ ମାରଣାସ୍ତ୍ର ଜବତ୍, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁଶଙ୍ଗ ରେଞ୍ଜ ଶ୍ରୀପାଜୁ ସେକ୍ସନ ଅନ୍ତର୍ଗତ ପଦ୍ମତୋଳା ବିଟ୍ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ ( ୬୦ ) ଓ ତାଙ୍କ ଝିଅ ସାବିତ୍ରୀ ମାଝୀ ( ୩୫ )ଙ୍କୁ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି।

ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ଫରେଷ୍ଟର ଶ୍ରୀକାନ୍ତ ଗୁରୁ , କାଳନ୍ଦୀ ସାଥୁଆ ଓ ଗ୍ଲୁଆଡ଼ କର୍ମଚାରୀଙ୍କ ମିଳିତ ଚଢାଉରେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଶିକାରୀଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ , ଶିକାରରେ ବ୍ୟବହୃତ ଏକ ଟାଙ୍ଗୀ , ବିଷାକ୍ତ ଗୋଳା , ଫାଶ , ବଜ୍ରକାପ୍ତା କାତି ଜବତ୍ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁକରି ଚାରିଛକ କୋର୍ଟ ଚାଲାଣ ହୋଇଥିବା ବନ୍ୟ ପ୍ରାଣୀ DFO ଫାଲ୍ଗୁନୀ ସାରଥୀ ମଲ୍ଲିକ ସୂଚନା ଦେଇଛନ୍ତି ।

Comments are closed.