ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ମହାନ ସାରସ୍ୱତ ସାଧକ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଏହି ଅବସରରେ ସ୍ୱଭାବ କବିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗାଧର ମେହେରଙ୍କ ସୃଜନ ସୃଷ୍ଟିଗୁଡ଼ିକରେ ପ୍ରକୃତିର ଚିତ୍ର ବେଶ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି। ଆଧୁନିକ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରୁଥିବା ତପସ୍ୱିନୀ, କୀଚକ ବଧ, ଇନ୍ଦୁମତୀ ଓ ପ୍ରଣୟବଲ୍ଲରୀ ପରି ଅନନ୍ୟ ରଚନା ପାଇଁ ସେ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.