କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ – କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି। ୬୦ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ନିବେଦିତା ପ୍ରଧାନ।
କିଛି ଦିନ ହେଲା ଅସୁସ୍ଥତା ପାଇଁ ସେ ଚିକିତ୍ସିତ ହେଉଥିଲେ ।
ନିବେଦିତା ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ କଟକର ମେୟର ଥିଲେ ।

ମେୟର ପୂର୍ବରୁ କଟକ ସଦରର ବିଧାୟିକା ମଧ୍ୟ ଥିଲେ ନିବେଦିତା । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Comments are closed.