ସ୍ୱାଧୀନତା ଦିବସ : କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର – ଆସନ୍ତା ସ୍ୱାଧୀନତା ଦିବସରେ ରାଜ୍ୟରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ।

ଏଥିସହିତ ୨୦ ଜିଲ୍ଲାରେ ମନ୍ତ୍ରୀ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବେ । ୧୦ଟି ଜିଲ୍ଲାରେ ସଂପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ । କନ୍ଧମାଳରେ ଜିଲ୍ଲାସ୍ତରୀୟ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, କୋରାପୁଟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରଗଡରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଗୃହ ଏବଂ ସହର ବିକାଶମନ୍ତ୍ରୀ ଉଷା ଦେବୀ,କେନ୍ଦୁଝରରେ ଇସ୍ପାତ ଏବଂ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଅନୁଗୁଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ,ରାୟଗଡାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁନ୍ଦରଗଡରେ ଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜଗତସିଂହପୁରରେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା, କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାଲେଶ୍ୱରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର । କଳାହାଣ୍ଡିରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ମାଲକାନାଗିରିରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ସୋନପୁରେ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଢେଙ୍କାନାଳରେ ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ପତାକା ଉତ୍ତୋଳନ କରିବେ।

ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବେ। ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

Comments are closed.