ରାଜଧାନୀରେ ମଶା ବଂଶ ବୃଦ୍ଧି ରୋକିବାକୁ ବିଏମସି ନେବ ଡ୍ରୋନର ସହାୟତା

ଭୁବନେଶ୍ବର – ରାଜଧାନୀ ଭୁବନେଶ୍ଵରରେ ମଶା ମାରିବ ଡ୍ରୋନ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରାଯିବ। ବିଏମସି ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି । ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ଦୃଷ୍ଟିରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳଉତ୍ସଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ରସାୟନିକ ସ୍ପ୍ରେ କରାଯାଇଥିଲା।

ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି। ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି।

Comments are closed.