ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ସହିଦ ସୁଶାନ୍ତଙ୍କ ଶେଷକୃତ୍ୟ 

ଭୁବନେଶ୍ୱର – ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶାର ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ । ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଶୁକ୍ରବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ।

ସୁଶାନ୍ତ ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ । ମାତ୍ର ଦୁଇ ମାସ ତଳେ ସେ ବିବାହ କରିଥିଲେ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି। ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ପରଲୋକ ହୋଇଯାଇଛି।

Comments are closed.